୨୦୨୪ରେ ଓଡିଶାରେ ସରକାର ଗଠନ କରିବ ବିଜେପି : ମନମୋହନ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ନୂତନ ମୋଡ ଦେଇଛି। ପ୍ରଚାର, ଘୋଷଣା ସର୍ବସ୍ୱ ଓ ପ୍ରତାରଣା କଲେ ଭୋଟ ମିଳିବନି। ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବେ। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରର କୌଣସି ସ୍ଥାନ ନାହିଁ। ସାଧାରଣ ଗରିବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା ତଥା ଅନୁଦାନକୁ ଲୁଟ କରିବାର ଫଳ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳକୁ ଭୋଗିବାକୁ ପଡିଛି। ଓଡିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପ୍ରତାରଣା ସୀମା ଅତିକ୍ରମ କରିସାରିଛି। ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତି ନିଶ୍ଚିତ ଭାବେ “ୟୁ ଟର୍ଣ୍ଣ” ନେବ। ବିଜେଡିର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଥିବା ବେଳେ ରାଜ୍ୟବାସୀଙ୍କ ଆସ୍ଥା ଓ ଆର୍ଶୀବାଦ ବିଜେପି ପ୍ରତି ରହିଛି। ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଠନ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଲେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦେିଙ୍କ ଲୋକପ୍ରିୟତା ସବୁଠୁ ଅଧିକ। ମହିଳା, ଯୁବ, କୃଷକ ଓ ଗରୀବ ଜାତିର ବିକାଶରେ ଦେଶର ବିକାଶ। ତୁଷ୍ଟିକରଣ ରାଜନୀତିରୁ ବହୁ ଦୂରରେ ବିଜେପି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଗ୍ୟାରେଂଟି ପ୍ରତି ଦେଶବାସୀଙ୍କ ଅତୁଟ ଭରଷା ଓ ବିଶ୍ୱାସ ରହିଛି। ୨୦୨୪ରେ ଓଡିଶାରେ “ମୋଦି ଗ୍ୟାରେଂଟି”ର ସୁଫଳ ନିଶ୍ଚିତ ଭାବେ ପ୍ରତିଫଳିତ ହେବ।

ସେ କହିଲେ ଗତକାଲି ନିର୍ବାଚନ ଫଳାଫଳରେ ବିଜେପି ୩ଟି ରାଜ୍ୟରେ ସରକାର ଗଠନ କରିବ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିବାବେଳେ ତେଲେଙ୍ଗାନା ଫଳାଫଳ ବିଜେପି ସପକ୍ଷରେ ବହୁ ଭଲ ହୋଇଛି। ଜନସାଧାରଣଙ୍କ ଏଭଳି ଐତିହାସିକ ନିଷ୍ପତ୍ତି ସମଗ୍ର ଭାରତବର୍ଷର ରାଜନୀତିକୁ ପ୍ରଭାବିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟ ବିଜେପି ତରଫରୁ ୪ଟି ଯାକ ରାଜ୍ୟର ସାଧାରଣ ଭୋଟର ଭାଇଭଉଣୀଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରରୁ ଜଣେ ହେଲେ ହିତାଧିକାରୀ ଯେପରି ବଂଚିତ ନହେବେ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଅବସରରେ କେନ୍ଦ୍ରୀୟ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ। ବଂଚିତ ହିତାଧିକାରୀମାନେ ନିଜ ନାମ ସିଧାସଳଖ ଭାବେ ପଂଜୀକୃତ କରିପାରିବେ। ଏହାର ଲାଭ ଉଠାଇବାକୁ ଶ୍ରୀ ସାମଲ ଓଡିଶାବାସୀଙ୍କୁ ‘ଅପିଲ୍‌’ କରିଛନ୍ତି।

ବାତ୍ୟା “ମିଗ୍ ଜୋମ୍‌” ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର ଅନେକାଂଚଳରେ ବର୍ଷା ଓ ଝଡ ହେବାର ଆଶଂକା ପ୍ରକାଶ ପାଇଛି। ପ୍ରଭାବିତ ଅଂଚଳର ସମସ୍ତ ଜନସାଧାରଣ ସତର୍କ ରହିବା ପାଇଁ ଅନୁରୋଧ କରିବା ସହିତ ବିଜେପି କାର୍ଯ୍ୟକର୍ତ୍ତାମାନେ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button