ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଅନୁଗୋଳ କିଶୋରନଗର ବ୍ଲକ ଅଫିସର ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆ। ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ସେ ଧରାପଡ଼ିଛନ୍ତି। ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି।

ଖବର ଅନୁଯାୟୀ କିଶୋରନଗର ବ୍ଲକ ଅଫିସର ପିଅନଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୋଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ କିରାଣି। ବ୍ଲକ୍ ଅଫିସ୍‌ରେ ତାଙ୍କର ଦରମା ସଂପର୍କିତ କିଛି କାମ ଅଟକି ଯାଇଥିବାରୁ ସେ ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆଙ୍କ ପାଖକୁ ଯାଉଥିଲେ। ହେଲେ ସେ କାମ ପାଇଁ ଲାଞ୍ଚ ମାଗିବାରୁ ପୂର୍ଣ୍ଣଚନ୍ଦ୍ର ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ଆଜି ନିତ୍ୟାନନ୍ଦଙ୍କୁ ୧୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ପରେ ନିତ୍ୟାନନ୍ଦଙ୍କ ୩ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button