ମଣିପୁର : ଦୁଇଗୋଷ୍ଠୀ ସଂଘର୍ଷରେ ୧୩ ମୃତ

ଇମ୍ଫାଲ୍ : ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଘଟିଥିବା ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ସୋମବାର ଏକ ସଶସ୍ତ୍ର ଗୋଷ୍ଠୀର ବିଦ୍ରୋହୀ ମିଆଁମାର ଅଭିମୁଖେ ଯାଉଥିଲେ। ସ୍ଥାନୀୟ ଅଞ୍ଚଳର ଆଉ ଏକ ପ୍ରଭାବଶାଳୀ ଗୋଷ୍ଠୀ ଅଚାନକ ଆକ୍ରମଣ କରିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏ ସଂପର୍କରେ ସୂଚନା ପାଇ ଗୁଳିବିନିମୟ ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ସେମାନେ ସ୍ଥାନୀୟ ଲୋକ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ ମଣିପୁରର ଟେଙ୍ଗନୌପାଲ ଜିଲ୍ଲା ମିଆଁମାର ସୀମାକୁ ଲାଗିଛି।

ସୂଚନାଯୋଗ୍ୟ ମଣିପୁର ସରକାର ଦୀର୍ଘ ୭ ମାସ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ରବିବାର ହଟାଇ ଦେଇଛନ୍ତି। ଡିସେମ୍ବର ୧୮ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ତେବେ ୯ଟି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏହି କଟକଣା ଜାରି ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button