ରେବନ୍ଥ ରେଡ୍ଡୀ ହେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କଂଗ୍ରେସ ନେତା ଅନୁମୁଲା ରେବନ୍ଥ ରେଡ୍ଡୀ। ଆସନ୍ତାକାଲି ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥ ରେଡ୍ଡୀଙ୍କର ରହିଥିଲା ପ୍ରମୁଖ ଭୂମିକା। ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ଆସନ୍ତାକାଲି କିମ୍ବା ତା’ ପର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କାମାରେଡ୍ଡୀ ଆସନରୁ ଲଢୁଥିବା ବିଆରଏସ୍ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ପରାଜିତ କରିଛନ୍ତି। ଫେଲ୍ ମାରିଛନ୍ତି ରେବନ୍ଥ ଓ କେସିଆର। ହେଲେ ରେବନ୍ଥଙ୍କ ସମ୍ମାନ ବଞ୍ଚାଇ ଦେଇଛି କୋଡାଙ୍ଗଲା ବିଧାନସଭା ଆସନ।

କୋଡାଙ୍ଗଲା ଆସନରେ ରେବନ୍ଥ ୩୨ ହଜାର ଭୋଟରେ ଜିତିଛନ୍ତି। ତାଙ୍କୁ ୧,୦୭,୪୨୯ ଭୋଟ୍ ମିଳିଥିବା ବେଳେ ବିଆରଏସର ନରେନ୍ଦ୍ର ରେଡ୍ଡୀଙ୍କୁ ୭୪,୮୯୭ ଭୋଟ ମିଇଛି। ଅନୁମୁଲା ରେବନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button