ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’

ହାଇଦ୍ରାବାଦ : ସାମୁଦ୍ରିକ ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନ ବେଗ ରହିଛି ୯୦ରୁ ୧୧୦ କିଲୋମିଟର।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ମଧ୍ୟରାତ୍ରରେ ବାତ୍ୟା ଦୁର୍ବଳ ହୋଇଯିବ। ଏହାର ପ୍ରଭାବରେ ରାଜ୍ୟର ତିରୁପତି, ନେଲୋର, ପ୍ରକାଶମ, ବାପତଲା, କୃଷ୍ଣ, ପଶ୍ଚିମ ଗୋଦାବରୀ, କୋନାସିମା ଓ କାକିନାଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏଥିସହ ଓଡିଶାର କେତେକ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ଯାଏ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button