ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

କଟକ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ଆଜି ଖାରଜ କରିଥିବା ଜଣାପଡ଼ିଛି। ଆବେଦନରେ ତ୍ରୁଟିଥିବା ଦର୍ଶାଇ ସେ ଏହି ପଦକ୍ଷେପ ନେଇଛନ୍ତି। ଫଳରେ ବିଜୟ ଶଙ୍କର ଏବେ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ କରିପାରିବେ ନାହିଁ।

ଖବର ଅନୁଯାୟୀ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ପାଇଁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ପ୍ରତ୍ୟୁଷା ନନ୍ଦ ଅବିବାହିତ। ଏହି କାରଣ ପାଇଁ ବିଜୟ ଶଙ୍କରଙ୍କ ଆବେଦନକୁ ଅଧିକାରୀ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବତନ ବନ୍ଧନୀ ସୋମାଲିକା ଦାସ ପ୍ରତ୍ୟୁଷାଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ। ବିଜୟ ଶଙ୍କର ଓ ସୋମାଲିକାଙ୍କୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ବିଧାୟକ ବିଜୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ କରିଥିବା ଆବେଦନ ଆଗକୁ ଅଡ଼ୁଆ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଥିଲା।

Leave a Reply

Your email address will not be published. Required fields are marked *

Back to top button