Fri. Dec 6th, 2019

ସନୀ ଲିଓନୀଙ୍କ ଗୀତ ‘ହ୍ୟାଲୋ ଜୀ’ ରିଲିଜ

ମୁମ୍ବାଇ : ବଲିଉଡ୍ ଫିଲ୍ମ ‘ରାଗିନୀ ଏମଏମଏସ୍ ରିଟର୍ଣ୍ଣସ’ରେ ସନି ଲିଓନୀଙ୍କ ଉପରେ ଚିତ୍ରିତ ହୋଇଥିବା ସ୍ପଶାଲ ଡ୍ୟାନ୍ସ ନମ୍ବର ‘ହ୍ୟାଲୋ ଜୀ..’ ଗୀତ ରିଲିଜ ହୋଇଛି। ଏହି ଗୀତାକୁ ମିତ ବ୍ରଦର୍ସ କମ୍ପୋଜ କରିଥିବା ବେଳେ ଶ୍ରୋତା ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

‘ରାଗିନୀ ଏମଏମଏସ-୨’ ଫିଲ୍ ୨୦୧୪ ମସିହାରେ ମୁକ୍ତିଲାଭ କରିଥିଲା। ସେତେବେଳେ ବେବିଡଲ ଗୀତ ହୋଇଥିଲା ସୁପରଡୁପର ହିଟ୍। ତେଣୁ ସନିଙ୍କୁ ପୁଣି ରାଗିନୀ ଏମଏମସ୍ ସିରିଜରେ ନେଇଛନ୍ତି ପ୍ରଯୋଜକ। ରାଗାନୀ ଏମଏମଏସ ରିଟର୍ଣ୍ଣସରେ ସନି ସ୍ପେଶାଲ ଆପିୟରାନ୍ସରେ ନଜର ଆସିବେ। ଧମାଲ କରିବ ତାଙ୍କର ସ୍ପେଶାଲ ଡ୍ୟାନ୍ସ।

ଦୀର୍ଘ ସମୟ ପରେ ସନି ଆଇଟମ ନମ୍ବରରେ ଦେଖାଦେବେ। ତାଙ୍କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେଠାରୁ ବଢିବାରେ ଲାଗିଲାଣି। ଫିଲ୍ମ ରିଲିଜ ହେଲେ ସନି ନିଶ୍ଚିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ରହିବେ ବୋଲି ଚର୍ଚ୍ଚା ହେଉଛି। ଏକତା କପୁର ଓ ଶୋଭା କପୁର ପ୍ରଯୋଜିତ ଏହି ଫିଲ୍ମ ରାଗିନୀ ସିରିଜର ତୃତୀୟ ଅବଦାନ। ଫିଲ୍ମରେ କରିଶ୍ମା ଶର୍ମା, ରିୟା ସେନ, ସିଦ୍ଧାର୍ଥ ଗୁପ୍ତା ଓ ନିଶାନ୍ତ ସିଂ ମଲକାନୀ ପ୍ରମୁଖ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *