୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ ହେବ

ନୂଆଦିଲ୍ଲୀ : ଦେଶରେ ନିଷିଦ୍ଧ ହେବ ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌। ଚୀନ୍‌ ପରିଚାଳିତ ଆର୍ଥିକ ଠକେଇର ପର୍ଦ୍ଦାଫାସ ପରେ ଭାରତ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଖବର ଅନୁଯାୟୀ ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୱେବସାଇଟ୍‌ ଗୁଡ଼ିକୁ ବ୍ଲକ୍‌ କରିବାକୁ ଗୃହ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛି। ସୂଚନାଯୋଗ୍ୟ ନିକଟରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ବିଜିଏମଆଇ ବା ବ୍ୟାଟଲଗ୍ରାଉଣ୍ଡସ୍‌ ମୋବାଇଲ ଇଣ୍ଡିଆ ନାମକ ପବଜି ମୋବାଇଲର ଭାରତୀୟ ସଂସ୍କରଣକୁ ହଟାଇ ଦିଆଯାଇଛି। ବ୍ୟାଟଲଗ୍ରାଉଣ୍ଡସ୍‌ ରୟାଲ ଗେମ୍‌ ଭାରତରେ ଲୋକପ୍ରିୟତା ହାସଲ କରିଥିଲା। ବର୍ଷକ ମଧ୍ୟରେ ୧୦୦ ନିୟୁତରୁ ଅଧିକ ଉପଭୋକ୍ତା ସଂଗ୍ରହ କରିବାରେ ସମର୍ଥ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button