କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ନେତାଜୀ ବସ୍ ଟର୍ମିନାଲ୍ ଓ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି।

ଖବର ଅନୁଯାୟୀ କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯୋଗାଇ ଦିଆଯାଉଛି ଏହି ବସ ଦେବା। ବିମାନବନ୍ଦରରୁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ରହିଛି ଫ୍ଲାଟ୍ ୨୦୦/- ଟଙ୍କା। କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ଟିକେଟ୍ ମୂଲ୍ୟ ୧୦୦/- ଟଙ୍କା ଧାର୍ଯ୍ୟ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ମୋ ବସ୍ ଉପଲବ୍ଧ ହେବ। ସେଠାରୁ ଯାତ୍ରୀମାନେ ସିଧାସଳଖ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

ଏହି ଏକ୍ସପ୍ରେସ୍ ସେବା ଦ୍ଵାରା କଟକ ଓ ପୁରୀ ବାସିନ୍ଦାଙ୍କ ସହିତ ପର୍ଯ୍ୟଟକମାନଙ୍କ ପାଇଁ ସହାୟକ ହେବ। ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରି ପର୍ଯ୍ୟଟନ କ୍ଷେତ୍ରକୁ ଜନସାଧାରଣଙ୍କର ଯାତାୟତ ସୁବିଧା ବୃଦ୍ଧି କରିବା ଏବଂ ସହରାଞ୍ଚଳ କ୍ଷେତ୍ରରେ ସାମଗ୍ରିକ ସଂଯୋଗ ବୃଦ୍ଧି ଦିଗରେ କ୍ରୁଟ୍‌ର ମୋ ବସ୍ ଏକ୍ସପ୍ରେସ୍ ସେବା ଏକ ସକ୍ରିୟ ପଦକ୍ଷେପ। ମୋ ବସ୍ ସବୁବର୍ଗର ଲୋକମାନଙ୍କ ଉଦ୍ଦିଷ୍ଟ ଏକ ଯାତାୟତ ସେବା। ଏହି ଆନ୍ତଃ ସହରାଞ୍ଚଳ ପରିବହନ ପଦକ୍ଷେପ ଯାତ୍ରୀଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବା ସହିତ ଏକ ସହଜ ଓ ସୁଲଭ ଯାତ୍ରାର ଅନୁଭୂତି ନେଇ ସଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୋଲିସ୍ ସେବା ଅଧିକାରୀ ଅରୁଣ ବୋଥ୍ରା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button