ବୌଦ୍ଧ ଡିଷ୍ଟିଲେରି ଉପରେ ଆଇଟି ରେଡ଼

ଭୁବନେଶ୍ଵର : ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ। କେବଳ ଓଡ଼ିଶାରେ ନୁହେଁ କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ମଧ୍ୟ ଏକକାଳୀନ ଚଢ଼ଉ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ କୋଲକତାରେ ୨୦୦୮ ଡିସେମ୍ବର ୨୯ରେ ପଞ୍ଜିକୃତ ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ଏକ ମଦ ତିଆରି କାରଖାନା। ଆୟଙ୍କର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ଆୟକର ଟିମ୍‌ କମ୍ପାନୀର ପ୍ରଡକ୍ସନ, ଷ୍ଟକ, ସେଲ୍‌ ଆଦିକୁ ଯାଞ୍ଚ କରୁଛନ୍ତି। ଏହି ଲିଙ୍କ୍‌ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ରେଡ୍ କରାଯାଇଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button