Thu. Jun 27th, 2019
234 views

ମୋବାଇଲ ନମ୍ବର ଭଳି ଗାଡି ନମ୍ବରକୁ ବି କରିପାରିବେ ପୋର୍ଟ !

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ମୋବାଇଲ ଫୋନ ନମ୍ବର ଭଳି ଏଣିକି ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ବି ବିନା ବଦଳାଇ ପୋର୍ଟ କରିପାରିବେ । ଦିଲ୍ଲୀ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ର ଭଳି ଏବେ ଏହି ବ୍ୟବସ୍ଥା ଉତ୍ତରପ୍ରଦେଶରରେ ବି ଲାଗୁ ହେବାକୁ ଯାଉଛି । ୟୁପି ଟ୍ରାନ୍ସପୋର୍ଟ ଡିପାର୍ଟିମେଂଟ ମଧ୍ୟ ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ପୋର୍ଟ କରିବାର ଅନୁମତି ଦେଇ ଦେଇଛନ୍ତି । ନିୟମ ଅନୁସାରେ, ଏଣିକି ଆପଣ ପୁରୁଣା ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ଅନ୍ୟ ଗାଡି ପାଇଁ ପୋର୍ଟ କରିପାରିବେ ।

ବିଜ୍ଞପ୍ତି ଅନୁସାରେ, ଯଦି ଆପଣଙ୍କ ଗାଡି ବିକ୍ରି ହୋଇଯାଇଛି ତେବେ ବି ଆପଣ ଚାହିଁଲେ ଆପଣଙ୍କର ପୁରୁଣା ନମ୍ବରକୁ ଅନ୍ୟ ଗାଡିରେ ପୋର୍ଟ କରିପାରିବେ । ତେବେ ଏହି ନିୟମକୁ ଖୁବ୍ ଶୀଘ୍ର ଲାଗୁ କରାଯାଇପାରେ । ଏହାକୁ ବି ଠିକ୍ ସେହି ଭଳି ଲାଗୁ କରାଯିବ, ଯେଭଳି ମୋବାଇଲ ନମ୍ବରକୁ ପୋର୍ଟ କରିବା ପାଇଁ ଟେଲିକମ  ବିଭାଗମାନେ କରୁଛନ୍ତି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *