ଟିଭି ଆଙ୍କରରୁ ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା

ନୂଆଦିଲ୍ଲୀ : ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ। ଟିଭି ଆଙ୍କରରୁ ସେ ବନିଛନ୍ତି ରାଜନେତା। ସୋସିଆଲ ମିଡିଆରେ ତାଙ୍କର ବେଶ୍ ପ୍ରଭାବ ରହିଛି।

ଖବର ଅନୁଯାୟୀ ବେରିଲ୍‌ ବନ୍ନେଇସାଙ୍ଗୀ ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ଵୀତା କରିଥିଲେ। ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ମେଘାଳୟ ଅନ୍ତର୍ଗତ ସିଲଂ ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌. ଏ. ପାସ୍‌ କରିଥିବା ବେରିଲ୍‌ ଜଣେ ‘ଟେଲିଭିଜନ୍‌ ଆଙ୍କର୍‌’ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ପୂର୍ବରୁ ସେ ‘ଆଇଜୋଲ୍‌ ମହାନଗର ନିଗମ’ର ଜଣେ କର୍ପୋରେଟର୍‌ ଥିଲେ। ମିଜୋରାମ୍‌ ବିଧାନସଭାକୁ ନିର୍ବାଚିତ ୩ଜଣ ମହିଳାଙ୍କ ମଧ୍ୟରେ ବେରିଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଅତ୍ୟନ୍ତ ଲୋକପ୍ରିୟ। ସେଥିରେ ତାଙ୍କର ୨୫୨ ହଜାର ଫଲୋୟର୍ସ ଅଛନ୍ତି। ନିର୍ବାଚନ ଜିଣିବା ପରେ ସେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେବା ସହ ମହିଳାମାନଙ୍କୁ ନିଜର ଅଭିଳାଷ ପରିପୂରଣ ଦିଗରେ ଅଗ୍ରସର ହେବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button