ସରକାରୀ ଜମିରେ ନେତାଙ୍କ ଜନ୍ମଦିନ : ଭଦ୍ରକ ପୌରାଧ୍ୟକ୍ଷଙ୍କ ସ୍ୱାମୀଙ୍କ ନାଁରେ ଏତଲା

ଭଦ୍ରକ : ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅସିତ ପଟ୍ଟନାୟକ। ବିନା ଅନୁମତିରେ ସମସ୍ତ ଆୟୋଜନ କରିଥିଲେ ଭଦ୍ରକ ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସ୍ୱାମୀ। ସେଥିପାଇଁ ତାଙ୍କ ବିରୋଧରେ ଭଦ୍ରକ ଉପଜିଲ୍ଲାପାଳ ଏତଲା ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଭଦ୍ରକ ସହରର ଆରଏମସି ମାର୍କେଟ୍ କମ୍ପ୍ଲେକ୍ସରେ ଭଦ୍ରକର ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବାଇକ୍ ରାଲି, ଡିଜେ ଓ ବାଣ ଫୁଟାଇ କରାଯାଇଥିଲା ସେଲିବ୍ରେଟ୍। ଭଦ୍ରକ ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସ୍ୱାମୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କିନ୍ତୁ ଆରଏମସି ମାର୍କେଟ୍ କମ୍ପ୍ଲେକ୍ସରେ ଜନ୍ମଦିନ ପାଳନ ପାଇଁ ଅନୁମତି ନେଇ ନଥିଲେ। ସେଥିପାଇଁ ଭଦ୍ରକ ଉପଜିଲ୍ଲାପାଳ ପୁରୁଣାବଜାର ଥାନାରେ ଚେୟାରମ୍ୟାନଙ୍କ ସ୍ୱାମୀଙ୍କ ନାଁରେ ଏତଲା ଦେବା ସହିତ ପୁରୁଣାବଜାର ଆଇଆଇସିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button