ନିର୍ଯାତନା ଅସହ୍ୟ ହେବାରୁ ବିଷପିଇଲେ ବିବାହିତ ମହିଳା

ଦେବଗଡ଼ : ନିର୍ଯାତନା ଶହିନପାରି ବିଷପିଇ ଜୀବନ ହାରିଲେ ବିବାହିତ ମହିଳା। ବାରକୋଟ ଥାନା ଗୋଡଭଙ୍ଗା ଗ୍ରାମରେ ମଙ୍ଗଳବାର ଏହି ଅଘଟଣ ଘଟିଛି।

ଖବର ଅନୁଯାୟୀ ମଙ୍ଗଳବାର ପରମାନନ୍ଦ ବାଘଙ୍କ ପତ୍ନୀ ରୀତାଞ୍ଜଳିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ରୀତାଞ୍ଜଳିଙ୍କ ଭାଇ ଅଭିଯୋଗ କରିଛନ୍ତି ୯ ବର୍ଷ ତଳେ ପରମାନନ୍ଦ ଅନୁଗୁଳ ଜିଲ୍ଲା ଖମାର ଥାନାଞ୍ଚଳର ରୀତାଞ୍ଜଳିଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୂଘର ଲୋକ ରୀତାଞ୍ଜଳିଙ୍କୁ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବାରୁ ସେ ଅନେକ ଥର ବାପଘରକୁ ପଳାଇ ଆସିଥିଲେ। ଆପୋଷ ବୁଝାମଣା ପରେ ବାପଘର ଲୋକେ ତାଙ୍କୁ ନେଇ ଶାଶୂ ଘରେ ଛାଡୁଥିଲେ। ତେବେ ରୀତାଞ୍ଜଳି ବିଷ ପିଇ ଦେଇଥିବା ଖବର ପାଇ ସେ ଆସି ବାରକୋଟରେ ପହଞ୍ଚିଥିଲେ। ସେତେବେଳକୁ ଡାକ୍ତର ଭଉଣୀକୁ ମୃତ ଘୋଷଣା କରି ସାରିଥିଲେ। ତେଣୁ ଏନେଇ ସେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମାମଲା ରୁଜୁ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button