Thu. Jun 27th, 2019
306 views

ଜାଣନ୍ତୁ ଠିକ ସମୟରେ ଋତୁସ୍ରାବ ନହେବାର କାରଣ ଓ ଉପଚାର

ଥାଇରଏଡ୍ ରୋଗର ଉପଚାର

ସେୟାର କରନ୍ତୁ:-

{ DRx . Gyana Ranjan swain } ସାଧାରଣତଃ ଜଣେ ସୁସ୍ଥ ମଣିଷକୁ କୌଣସି ବି ରୋଗ ହେଲେ ସେ ଅସ୍ତବ୍ୟସ୍ତ ହେବା ଏକ ସ୍ଵାଭାବିକ କଥା । ଅନୁରୂପ ଭାବେ ଯଦି କୌଣସି ଏକ ଛୋଟ ରୋଗ ମହିଳାଙ୍କୁ ହୁଏ, ତେବେ ସେମାନେ ନିଜେ ବିଚଳିତ ହେବା ସହିତ ପାଖରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ବିଚଳିତ କରିପକାନ୍ତି । କାରଣ ସେମାନଙ୍କ ପାଖରେ ବୁଝିବାର କ୍ଷମତା କମ ଥାଏ । କିନ୍ତୁ ଆମେ ଜାଣିଛେ କୌଣସି ଏକ ଛୋଟ ରୋଗକୁ ଭଲ କରିବାକୁ ହେଲେ ଆମକୁ ଧର୍ଯ୍ୟର ସହିତ ଔଷଧ ସେବନ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏକ ଛୋଟ ରୋଗ ବିଷୟରେ ଯାହା ଏବେ ଯୁବପିଢୀଙ୍କ ପାଇଁ ଏକ ସମସ୍ୟ ସୃଷ୍ଟି କରୁଛି ।

ଆଜି ଆମେ ଆଲୋଚନା କରିବା ଥାଇରଏଡ୍ ରୋଗ ବିଷୟରେ । ଥାଇରଏଡ୍ ଏକ ଧନୁ ଆକାରର ଗ୍ରନ୍ଥି ଯାହା ଥାଇରଏଡ୍ ଥିବା ରୋଗୀଙ୍କ ଗଳାରେ ବଢିଥାଏ । ବିଶେଷଜ୍ଞଙ୍କ କହିବାନୁସାର ଥାଇରଏଡ୍ ହେଉଛି ଏକ ସାଧାରଣ ରୋଗ । ଯାହାର ସମ୍ଭାବନା ଆମ ଜୀବନରେ ତିନି ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ ।

ପ୍ରଭାବ :- ସଠିକ ସମୟରେ ଋତୁସ୍ରାବ ନହେବା, ଓଜନ ବୃଦ୍ଧି, ସ୍ତନରୁ ପାଣି ନିର୍ଗତ ହେବା, ଦେହ ଦରଜ ହେବା, ପ୍ରଜନନ କ୍ଷମତା ହ୍ରାସ ହେବା, ନିଶ୍ଵାସ ନେବାରେ ଅସୁବିଧା ଅନୁଭବ କରିବା, ହଜମ ନହେବା ।

କାରଣ :- ଶରୀରରେ ଭିଟାମିନ-ସି, ଭିଟାମିନ-ଏ ଓ ଆୟୋଡିନର ଅଭାବ । ଯେତେବେଳେ ଶରୀରରେ ଏସବୁର ପରିମାଣ କମିଯାଏ ଠିକ ସେତିକିବେଳେ ଦେହରେ TSH ( thyroid stimulating hormone)ର ପରିମାଣ ବଢିଯାଏ । ଯାହା ଦ୍ଵାରା ଉପରୋକ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଉପଚାର :- ସନ୍ତୁଳିତ ଆହାର ଖାଇବା ଥାଇରଏଡ୍ ପାଇଁ ସବୁଠାରୁ ଅଧିକ ଜରୁାରୀ । ପ୍ରତିଦିନ ଖାଦ୍ୟରେ ୪ ରୁ ୫ ପ୍ରକାର ପରିବା ଏବଂ ଫଳ ସାମିଲ କରନ୍ତୁ । ଅଧିକ ତେଲ ଏବଂ ମସାଲାଯୁକ୍ତ ତଥା ଫାଷ୍ଟଫୁଡ୍ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ । ଯେଉଁ ଖାଦ୍ୟରେ ଚିନି, ଖାଦ୍ୟ ରଙ୍ଗ, କୃତ୍ରିମ ସ୍ୱାଦ ଏଭଳି ଖାଦ୍ୟକୁ ଖାଆନ୍ତୁ ନାହିଁ । ଏହି ରୋଗର ମୁଖ୍ୟ କାରଣ ହେଉଛି ଓଜନ ବଢିବା । ତେଣୁ ସୁସ୍ଥ ଶରୀର ପାଇଁ ମୋଟାପଣରୁ ଦୁରେଇ ରୁହନ୍ତୁ । ଏହାସହ ଆୟୋଡିନ୍ କମ୍ କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଏ । ବୟସ ବଢିବା ସହ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଖୁବ୍ ସାଧାରଣ । ସାମୁଦ୍ରିକ ଖାଦ୍ୟ,ହାଇବ୍ରିଡ୍ ପରିବା ଏବଂ ଆୟୋଡିନ୍ ଥିବା ଖାଦ୍ୟ ସେବନ କରନ୍ତୁ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *