ପ୍ରେମ : ଦୁଇ ଛୁଆର ମା’କୁ ନେଇ ଦୁଇ ଛୁଆର ବାପା ଫେରାର

କାମାକ୍ଷାନଗର : ଚୋରା ପ୍ରେମରେ ବିବାହିତ ମହିଳା ଓ ପୁରୁଷ। ଶେଷରେ ଜଣେ ସ୍ଵାମୀ ଓ ଅନ୍ୟ ଜଣକ ପତ୍ନୀକୁ ଛାଡି ଫେରାର ହୋଇଯାଇଛନ୍ତି। ଏ ଦୁହେଁ ଦୁଇଟି ପିଲାର ବାପା ଓ ମା’ ହୋଇଥିବାରୁ ଘଟଣାଟି ଏବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଜୟପୁରାକାଟେଣୀ ଗାଁର ସୁଦାମ ପରିଡା ଏକ କାରଖାନାରେ କାମ କରନ୍ତି। ତାଙ୍କର ପରିବାର କହିଲେ ସ୍ତ୍ରୀ ଗୀତା ଓ ଦୁଇ ଛୁଆ। ସୁଦାମ ୧୬ ବର୍ଷ ତଳେ ଗୀତାଙ୍କୁ ବିବାହ କରିଥିଲେ। କିନ୍ତୁ ଗୀତା ପଡିଯାଇଥିଲେ ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ପ୍ରେମରେ। ଦୁଇଟି ଛୁଆର ମା’ ହୋଇଥିଲେ ମଧ୍ୟ ଯାହାଙ୍କ ସହିତ ସମ୍ପର୍କ ଗଢିଥିଲେ ସେ ଦୁଇଟି ଛୁଆର ବାପା। ପ୍ରେମ ସମ୍ପର୍କ ବିଷୟରେ ସୁଦାମ ଜାଣିବା ପରେ ପତ୍ନୀଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ କିଛି ଫରକ ପଡିଲାନି। ସ୍ୱାମୀଙ୍କ ଅନୁପସ୍ଥିତିରେ ପ୍ରେମିକଙ୍କ ସହିତ ରଖୁଥିଲେ ସମ୍ପର୍କ। ବୁଧବାର ସନ୍ଧ୍ୟାରେ ପୂରା ପରିବାର ଖାଇସାରିବା ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ସ୍ଵାମୀ ଗାଢ ନିଦରେ ଶୋଇଥିବା ବେଳେ ପତ୍ନୀ ଗୀତା ପ୍ରେମିକ ସହିତ ଫେରାର ହୋଇଯାଇଥିଲେ।

ଗୁରୁବାର ସକାଳେ ସୁଦାମ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ପ୍ରେମିକଙ୍କ ବିରୋଧରେ ଦାବି କରିଛନ୍ତି କାର୍ଯ୍ୟାନୁଷ୍ଠାନ। ସେପଟେ ମା’ଙ୍କୁ ନପାଇ ଛୋଟ ଛୁଆ ଦୁଇଟି କାନ୍ଦୁଥିବା ବେଳେ ଅସହାୟ ସ୍ୱାମୀ ନ୍ୟାୟ ଅପେକ୍ଷାରେ ବସିଛି। ଲୋକେ କହୁଛନ୍ତି କିଛିଦିନ ତଳେ ଗୀତାଙ୍କ ପ୍ରେମିକର ପତ୍ନୀ ମୃତ୍ୟୁବରଣ କରିଥିଲେ। ନିକଟରେ ଶୁଦ୍ଧକ୍ରିୟା ସରିଛି। ହେଲେ ଦୁଇ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବା ପରିବର୍ତ୍ତେ ଅନ୍ୟର ସ୍ତ୍ରୀକୁ ନେଇ ପଳାଇବା ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

Leave a Reply

Your email address will not be published. Required fields are marked *

Back to top button