ମଦ ବେପାରୀ ରାଜକିଶୋରଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ଼ର କିଛି ଜିଲ୍ଲାର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆୟକର ବିଭାଗ ଚଢ଼ଉ ଜାରି ରଖିଛି। ଗୁରୁବାର ତାଙ୍କ ଘରୁ ୨ଟି ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ ହୋଇଛି। ଯାହାକୁ ଆୟକର ବିଭାଗର କିଛି ଅଧିକାରୀ ପୋଲିସ ସୁରକ୍ଷାରେ ନେଇ ଏସବିଆଇ ଶାଖାରେ ଗଣତି କରିଛନ୍ତି। ଅନ୍ୟ ଏକ ଟିମ୍ ଜୟସ୍ଵାଲଙ୍କ ଘର ସଂଲଗ୍ନ ଅଫିସରେ ବିଲ୍ ଭାଉଚର ଯାଞ୍ଚ କରିଥିବା ବେଳେ ଟ୍ରଙ୍କରେ ୧ କୋଟି ୨୬ ଲକ୍ଷ ଥିଲା ବୋଲି ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ୬ ତାରିଖ ସକାଳେ ଆୟକର ବିଭାଗର ଅଧିକାରୀମାନେ ସିଆରପିଏଫ ଯବାନଙ୍କ ସହିତ ରାଜକିଶୋର ଜୟସ୍ଵାଲଙ୍କ ରାଣୀବଗିଚାସ୍ଥ ବାସଭବନରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ରାଜକିଶୋର ଓ ତାଙ୍କ ଭାଇ ଦେଓକରଣ ଜୟସ୍ଵାଲଙ୍କ ସହ ପରିବାରର ସମସ୍ତଙ୍କ ମୋବାଇଲ୍ ସୁଇଚଅଫ୍ କରି ଚଢ଼ଉ ଆରମ୍ଭ କରିଥିଲେ। ଶ୍ରୀ ଜୟସ୍ଵାଲଙ୍କ ସର୍ଗିପାଲି ସହ ବିଭିନ୍ନ ସ୍ଥାନରେ ଥିବା ୧୦ରୁ ଅଧିକ ଦେଶୀ ମଦଭାଟି, ଠିପିବନ୍ଦ ବିଦେଶୀ ମଦ ଦୋକାନ, ବସ ସର୍ଭିସ ଅଫିସ, କିରେଇ ନିକଟ ଆମ୍ବିଆନ୍ସ ବାର୍ ଆଣ୍ଡ ହୋଟେଲ, ରାଣୀବଗିଚାସ୍ଥ ବାସଭବନ ଓ ଅଫିସରେ ଏକକାଳୀନ ଚଢ଼ଉ କରିଥିଲେ। ଗୁରୁବାର ସକାଳ ୯ଟାରୁ ପୁଣି ଆରମ୍ଭ ହୋଇଥିଲା ଯାଞ୍ଚ। ଦୁଇଦିନ ପରେ ମଧ୍ୟ ଚଢ଼ଉ ସରିନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button