ନବୀନଙ୍କ ଶାସନରେ ରାଜନୀତିର ଅପରାଧିକରଣ ବଢ଼ି ଚାଲିଛି : ମହିଳା କଂଗ୍ରେସ

ଭୁବନେଶ୍ୱର : ବିଗତ ଦିନମାନଙ୍କରେ ନାରୀ ନିର୍ଯାତନା ଓ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ। ବେବିନା, କୁନ୍ଦୁଲି, ଟିକିରି ଶିକ୍ଷୟତ୍ରୀ, ପରୀ, ପିହୁ, ମାଧବତୀଲତା, ମମିତା, ସୁଜାତା ଓ ମାହାଙ୍ଗାର ଡବଲ ମର୍ଡର କେସ୍‌ରେ ରାଜ୍ୟ ସରକାରଙ୍କର ବିଧାୟକ ଓ ମନ୍ତ୍ରୀ ସଂପୃକ୍ତ ଅଭିଯୋଗ ସତ୍ତ୍ୱେ ନବୀନ ବାବୁଙ୍କ ନୈରାଶତା ଦେଖିବାକୁ ମିଳୁଛି। ଏହି ଅଭିଯୋଗ ଆଣିଛନ୍ତି ପିସିସି ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର।

ଖବର ଅନୁଯାୟୀ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ତଥା ପିସିସି ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର କହିଛନ୍ତି ବିଜେଡ଼ି ଦଳର ମା’କୁ ସମ୍ମାନ ଗାଁକୁ କାମ କେବଳ ସ୍ଲୋଗାନ ହୋଇ ରହିଯାଇଛି। ସଂଦେହ ବଳୟରେ ଥିବା ରାଜନେତାମାନଙ୍କୁ ଟିକଟ ଦିଆଯାଉଛି। ଏହାଦ୍ୱାରା ଅପରାଧିମାନଙ୍କୁ ପ୍ରୋତ୍ସାହିତ ବା ଉତ୍ସାହିତ କରିବା। ସେ କହିଲେ ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଅତ୍ୟାଚାର ୨୦୨୧ରେ ୧୩୮୯ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୧୪୦୨ ମାମଲା ବୃଦ୍ଧି ପାଇଛି। ସମଗ୍ର ଦେଶରେ ଏନସିଆରବି ରିପୋର୍ଟ ଅନୁଯାୟୀ ଶିଶୁମାନଙ୍କ ଉପରେ ଅତ୍ୟଚାର ୮.୭ ବୃଦ୍ଧି ପାଇଛି। ମହିଳାମାନଙ୍କ ଉପରେ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ଦେଶରେ ୭ ନମ୍ବରରେ ପଂହଚିଥିବା ବେଳେ ଅର୍ଥନୈତିକ ଅପରାଧ ଓ ସାଇବର ଅପରାଧ ୨୪.୪ % ବୁଦ୍ଧି ପାଇଛି। ସେହିଭଳି ବିଭିନ୍ନ ଠକେଇ ଅପରାଧରେ ୧୧.୮ ଯାହାକି ରାଜ୍ୟ ସରକାର ନିୟନ୍ତ୍ରଣ ଉପରେ ବିଫଳ ସୂଚାଉଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି।

ଶ୍ରୀମତୀ ମହାପାତ୍ର କହିଲେ ଡବ୍ଲୁଆଣ୍ଡସିଡି, ଶିଶୁ ଆୟୋଗ କମିଶନ, ମହିଳା କମିଶନ ସହିତ ଅନେକଗୁଡ଼ିଏ କମିଶନ ଓ ପରାମର୍ଶ ଦାତା କମିଟି ଗଠନ କରାଯାଇଛି। ଏସବୁରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନେତା ଓ ନେତ୍ରୀମାନଙ୍କୁ ବିଭିନ୍ନ ପଦପଦବୀରେ ରଖି ଥଇଥାନ କରିଛନ୍ତି। ସେମାନଙ୍କ ବାବଦରେ ରାଜ୍ୟ ତହବିଲ୍‌ରୁ ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଫଳ ଶୂନ। ଫଳରେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ନାରୀ ହିଂସା, ନାରୀ ଧର୍ଷଣ, ଶିଶୁ ଅପହରଣ ଆଦି ବଢ଼ିବାରେ ଲାଗିଛି। ସବୁ କ୍ଷେତ୍ରରେ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଉଛି ତେବେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା ୭ ନମ୍ବରରେ ଥିବା ଓଡ଼ିଶାର ଶ୍ରେୟ ମୁଖ୍ୟମନ୍ତ୍ରୀ ନା ଅନ୍ୟ କାହାକୁ ଦେବୁ ବୋଲି ଶ୍ରୀମତୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଚୈତାଳି ପଟ୍ଟନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button