‘ଅଗ୍ନି-୧’ କ୍ଷେପଣାସ୍ତ୍ରର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ବାଲେଶ୍ଵର : ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର। ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଷ୍ଟ୍ରାଟେଜିକ୍‌ ଫୋର୍ସେସ୍‌ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଓ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା।

Leave a Reply

Your email address will not be published. Required fields are marked *

Back to top button