Fri. Dec 6th, 2019

ଛେଚା ଖାଇ ଜୋତାମାଳ ପିନ୍ଧିଲେ ରୋଡ୍ ରୋମିଓ

ଭୁବନେଶ୍ଵର : ଯୁବତୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ବ୍ୟବହାର କରିବା ଜଣେ ରୋଡ ରୋମିଓଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୀୟଲୋକେ ଯୁବକଙ୍କୁ ବାନ୍ଧି ଉତ୍ତମ-ମଧ୍ୟମ ଦେବା ସହିତ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇଛନ୍ତି। ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଲୋକଲଜ୍ଜାକୁ ଭୟ କରି ଯୁବକଙ୍କ ପରିବାରଲୋକ କ୍ଷମା ମାଗିବାରୁ ଗାଁ ଲୋକ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *