ଶୁକ୍ରବାର ୮ ଜିଲ୍ଲାରେ ବର୍ଷା : ଅପରାହ୍ନରେ ପାଗ ବଦଳିବ

ଭୁବନେଶ୍ଵର : ସାମୁଦ୍ରିକ ବାତ୍ୟା ପ୍ରଭାବରେ ରାଜ୍ୟରେ ଦୁଇଦିନ ହେଲା ବର୍ଷା ଜାରି ରହିଛି। ଶୁକ୍ରବାର ବର୍ଷାର ପରିମାଣ କମିବ। ତେବେ ୮ଟି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଖବର ଅନୁଯାୟୀ ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମଧ୍ୟାହ୍ନ ପରେ ସମଗ୍ର ରାଜ୍ୟରେ ପାଗ ବଦଳିବ। ପାଗ ଶୁଖିଲା ରହିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲକା କୁହୁଡ଼ି ଦେଖାଯିବ। ଆସନ୍ତା ୯ ତାରିଖ ପରେ ରାଜ୍ୟରେ ଶୁଖିଲା ପାଗ ରହିବ। ଏହାଛଡା ଆସନ୍ତା ୨-୩ ଦିନ ପରେ ରାଜ୍ୟରେ ଶୀତ ବଢିବ। ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button