Fri. Dec 6th, 2019

୩ ଡିସେମ୍ବରରୁ ଇଣ୍ଟରନେଟ ପ୍ୟାକ୍‌ ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତା ୩ ତାରିଖ ଠାରୁ ଭୋଡାଫୋନ୍‌ ଆଇଡିଆ ଓ ଏୟାରଟେଲର ପ୍ରିପେଡ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ। ଦୁଇଟି କମ୍ପାନି ପ୍ରିପେଡ ସେବାର ଦରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଆଜି ଘୋଷଣା କରିଛନ୍ତି।

ଭୋଡାଫୋନ୍‌ ଆଇଡିଆ କେବଳ ଅସୀମିତ ଡାଟା ଓ କଲିଂ ସୁବିଧା ଥିବା ପ୍ରିପେଡ ପ୍ଲାନ୍‌ ଦର ବୃଦ୍ଧି କରିଥିବା ବେଳେ ଏୟାରଟେଲ ସୀମିତି ଡାଟା ଓ କଲିଂ ଥିବା ପ୍ଲାନ ଶୁଳ୍କରେ ଆଣିଛି ସଂଶୋଧନ। ଭୋଡାଫୋନ୍‌ ଆଇଡିଆର ବିଜ୍ଞପ୍ତି ଅନୁସାରେ ସର୍ବାଧିକ ୪୧.୨ ପ୍ରତିଶତ ବୃଦ୍ଧି ବାର୍ଷିକ ପ୍ଲାନ୍‌ରେ କରାଯାଇଛି। ଏହି ପ୍ଲାନ୍‌ ଦର ୧,୬୯୯ରୁ ବୃଦ୍ଧି ପାଇ ୨,୩୯୯ ଟଙ୍କା ହୋଇଛି। ସେହିପରି ପ୍ରତିଦିନ ଦେଢ଼ ଜିବି ଡାଟା ଦେଉଥିବା ୮୪ଦିନ ବୈଧତା ଥିବା ପ୍ଲାନର ଦର ୪୫୮ଟଙ୍କାରୁ ୩୧ ପ୍ରତିଶତ ବୃଦ୍ଧି ପାଇ ହୋଇଛି ୫୯୯ଟଙ୍କା।

ଏୟାରଟେଲ ବାର୍ଷିକ ପ୍ଲାନ୍‌ରେ ୪୧.୧୪ ପ୍ରତିଶତ ବଢିଛି। ୧,୬୯୯ଟଙ୍କା ବଦଳରେ ଏହା ହୋଇଛି ୨,୩୯୮ଟଙ୍କା। କମ୍ପାନିର ସୀମିତ ଡାଟା ଥିବା ବାର୍ଷିକ ୯୯୮ ଟଙ୍କାର ପ୍ଲାନ୍‌ ତିନି ଡିସେମ୍ବରରୁ ୧,୪୯୮ଟଙ୍କା ହେବ। ସେହିପରି ଏୟାରଟେଲର ୮୨ଦିନ ବୈଧତା ଥିବା ଅସୀମିତ ଡାଟା ପ୍ଲାନ୍‌ ୩୯. ୮୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୪୯୯ଟଙ୍କା ପ୍ଲାନ ୬୯୮ଟଙ୍କା ହୋଇ ସୀମିତ ଡାଟା ହୋଇଛି। ଏହି ବର୍ଦ୍ଧିତ ଇଣ୍ଟରନେଟ ପ୍ୟାକେଜ ସହ ଗ୍ରାହକମାନେ ଏୟାରଟେଲ ଏକ୍ସଷ୍ଟ୍ରିମ୍‌ ପ୍ରିମଅମ ପ୍ୟାକେଜକୁ ମାଗଣାରେ ଦେଖିପାରିବେ। ଯେଉଁଥିରେ ୧୦ ହଜାର ଫିଲ୍ମ, ବିଭିନ୍ନ ସୋ, ୪୦୦ ଟିଭି ଚ୍ୟାନେଲ, ଉଇଙ୍କ ମ୍ୟୁଜିକ, ମୋବାଇଲ ପ୍ରୋଟେକସନ, ଆଣ୍ଟି ଭାଇରସ ଭଳି ସେବା ପାଇବେ ବୋଲି କମ୍ପାନି ପକ୍ଷରୁ ପ୍ରକାଶ।

Leave a Reply

Your email address will not be published. Required fields are marked *