ବିବାହ ପ୍ରତିଶ୍ରୁତିରେ ଶାରୀରିକ ସମ୍ପର୍କ : ପ୍ରେମିକାକୁ ଘରୁ ବାହାର କରିଦେଲା ପ୍ରେମିକ

ଦଶପଲ୍ଲା : ମେଳାରେ ଦେଖାସାକ୍ଷାତ ପରେ ପ୍ରେମ। ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। କିଛିମାସ ଏକାଠି ରହିବା ପରେ ପ୍ରେମିକାକୁ ଘରୁ ବାହାର କରିଦେଲା ପ୍ରେମିକ। ଏପରି ଘଟଣା ନୟାଗଡ ଜିଲା ଦଶପଲ୍ଲା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଜଣେ ଶ୍ରମିକ। ବର୍ଷକ ତଳେ ପୋଖରୀଗୋଛା ପଞ୍ଚାୟତ ମେଳାରେ ଜଣେ ୧୪ ବର୍ଷୀୟ ନାବାଳିକା ସହିତ ବିଶ୍ୱନାଥର ଦେଖା ହୋଇଥିଲା। ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ। ତା’ପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ। କିଛିଦିନ ପରେ ପ୍ରେମିକାକୁ ଧରି ଘରେ ପହଞ୍ଚିଥିଲେ। ବିବାହ ନକରି ସ୍ଵାମୀ-ସ୍ତ୍ରୀ ଭଳି ଚଳୁଥିଲେ। କିନ୍ତୁ କୌଣସି କଥାକୁ ନେଇ ବିଶ୍ୱନାଥଙ୍କ ମନରେ ସୃଷ୍ଟି ହେଲା ସନ୍ଦେହ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ଧାରଣ କରିବାରୁ ପ୍ରେମିକାକୁ ଘରୁ ବାହାର କରିଦେଇ ବିଶ୍ୱନାଥ।

ପ୍ରେମିକ ଠାରୁ ତଡା ଖାଇବା ପ୍ରେମିକା ନିଜ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ବିଷୟ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣି ପରିବାର ଲୋକେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ପୀଡ଼ିତାର ବୟାନ ରେକର୍ଡ଼ କରିଥିବା ବେଳେ ଧୋକାବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button