ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲ୍‌ଦୁହୋମା

ଆଇଜୋଲ୍‌ : ମିଜୋରାମ୍‌ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଜୋରମ୍‌ ପିପୁଲ୍‌ସ୍‌ ମୁଭ୍‌ମେଣ୍ଟ ବା ଜେଡ୍‌ପିଏମ୍‌ ନେତା ଲାଲ୍‌ଦୁହୋମା ଶପଥ ନେଇଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ରାଜ୍ୟ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଲାଲ୍‌ଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଜେଡ୍‌ପିଏମର ୧୧ଜଣ ନେତା ମନ୍ତ୍ରୀଭାବେ ଶପଥ ନେଇଛନ୍ତି। ଏହି ଉତ୍ସବରେ ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟର ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ମଙ୍ଗଳବାର ଜେଡ୍‌ପିଏମ୍‌ ବିଧାୟକ ଦଳ ଲାଲ୍‌ଦୁହୋମାଙ୍କୁ ଦଳର ନେତା ଓ କେ. ସପ୍‌ଡଙ୍ଗାଙ୍କୁ ଉପନେତା ଭାବେ ନିର୍ବାଚିତ କରିଥି‌ଲା। ୪୦ ସଦସ୍ୟବିଶିଷ୍ଟ ବିଧାନସଭା ଥିବା ମିଜୋରାମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ଜଣ ମନ୍ତ୍ରୀ ରହିପାରିବେ।

Leave a Reply

Your email address will not be published. Required fields are marked *

Back to top button