ଦୁର୍ନୀତି ଅଭିଯୋଗରେ ଦୁଇ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ଵର : କିଷାନ କ୍ରେଡିଟ୍ ନାଁରେ ଦୁର୍ନୀତି। ଏହି ଅଭିଯୋଗରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ଓ ପୂର୍ବତନ କୃଷି ଅର୍ଥ ଅଧିକାରୀଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି।

ଖବର ଅନୁଯାୟୀ ଗିରଫ ବ୍ୟକ୍ତି ଦ୍ୱୟ ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଡମ୍ବୁରୁଧର ନାୟକ ଓ ପୂର୍ବତନ କୃଷି ଅର୍ଥ ଅଧିକାରୀ ଦେବୀଦତ୍ତ ପାଣିଗ୍ରାହୀ। ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଛି। ୨୦୧୫ରୁ ୨୦୧୮ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ହୋଇଥିବା ଦୁର୍ନୀତିରେ ସେମାନେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିଥିଲେ। କେବେଳ ସେତିକି ନୁହେଁ ଦୁହେଁ ସରକାରୀ ସବସିଡିକୁ ମଧ୍ୟ ହଡ଼ପ କରିଥିଲେ। ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଦୁହିଁଙ୍କ ନାଁରେ ଠକେଇ ଅଭିଯୋଗ କରିବାରୁ ଖୋଳତାଡ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button