ମହିଳାଙ୍କ ପାଇଁ ଓଡିଶା ସୁରକ୍ଷିତ ନୁହେଁ : ବିଜେପି

ଭୁବନେଶ୍ଵର : ଓଡିଶାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ ଗତ ୪ ବର୍ଷହେଲା କମିଚାଲିଛି। ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ରହିଛି ୯୨୫। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶର୍ଯ୍ୟା ବିଶ୍ଵାଳ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମହିଳାଙ୍କ ସଂଖ୍ୟା ହ୍ରାସ ପାଇବା ଅତି ଉଦବେଗଜନକ ଓ ସମ୍ବେଦଶୀଳ ପ୍ରସଙ୍ଗ। ଏହା ସୂଚିତ କରୁଛି ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ।

ଖବର ଅନୁଯାୟୀ ଐଶର୍ଯ୍ୟା ବିଶ୍ଵାଳ କହିଛନ୍ତି ରାଜ୍ୟରେ ମହିଳାଙ୍କ ଅନୁପାତ କାହିଁକି କମିଲା ସେ ବିଷୟରେ ସରକାର ଚିନ୍ତା କରିବା କଥା। ଓଡ଼ିଶା ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥିପାଇଁ ବିଜେଡି ଶାସନ ଓ ବିଜେଡି ଶାସନ ପ୍ରଣାଳୀକୁ ଦାୟୀ କରାଯିବ ? କେଉଁଠି ତ୍ରୁଟି ରହିଛି ? ସେ କହିଲେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢୁଥିବା ବେଳେ ଦଣ୍ଡବିଧାନ କମୁଛି। ବର୍ଷକୁ ରାଜ୍ୟରେ ୨୬୯୧ଜଣ ମହିଳା ଆତ୍ମହତ୍ୟା କରୁଛନ୍ତି। ଆର୍ଥିକ ଓ ମାନସିକ କାରଣ ଯୋଗୁଁ ମହିଳା ଆତ୍ମହତ୍ୟା ବଢୁଛି। ୫୦୨ ମହିଳା ଅପହରଣ ମାମଲା ହୋଇଛି। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାରଙ୍କର ଚେଷ୍ଟା କି ପ୍ରଚେଷ୍ଟା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button