ଟିଏମସି ସାଂସଦ ମହୁଆ ଲୋକସଭାରୁ ବହିଷ୍କୃତ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ଲୋକସଭାରୁ ବହିଷ୍କୃତ। ଏଥିକ୍ସ କମିଟିର ସୁପାରିସ ଆଧାରରେ ତାଙ୍କୁ ବହିଷ୍କୃତ କରାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ଲୋକସଭାରେ ଏଥିକ୍ସ କମିଟିର ରିପୋର୍ଟ ଆଗତ କରାଯାଇଥିଲା।ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ ହେଁ ଏହା ଉପରେ ଭୋଟ ହୋଇଥିଲା। ଯାହାକୁ ବିରୋଧକରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକସଭାରୁ ବାହାରି ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା କହିଛନ୍ତି। ମହୁଆଙ୍କୁ ବହିଷ୍କୃତ କରିବା ପରେ ଲୋକସଭାକୁ ୧୧ ତାରିଖ ଦିନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button