Fri. Dec 6th, 2019

ତୁର୍କୀରୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବ ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନି କରି ଲୋକଙ୍କୁ ଉଚିତ ମୂଲ୍ୟରେ ଯୋଗାଇଦେବାକୁ ଯୋଜନା କରିଛନ୍ତି। ସୂଚନା ଅନୁଯାୟୀ ତୁର୍କୀରୁ ଭାରତକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରାଯିବ। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ମିଶରରୁ ୬୦୯୦ ମିଲିୟନ ଟନ ପିଆଜ ଆମଦାନି କରାଯାଇଛି। ଚଳିତ ମାସ ଶେଷ ଭାଗରେ ଏହା ଭାରତରେ ପହଞ୍ଚିବ। କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶୱାନ ଟୁଇଟ କରି କହିଛନ୍ତି ତୁର୍କୀରୁ ଆମଦାନି ପିଆଜ ଡିସେମ୍ବର ଶେଷ ଅଥବା ଜାନୁୟାରୀ ଆରମ୍ଭରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *