ମଦଭାଟି ମ୍ୟାନେଜରଙ୍କ ଘରୁ ୩୦ କୋଟିରୁ ଅଧିକ ଜବତ

ବଲାଙ୍ଗୀର : ସୁଦପଡ଼ା ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍‌ ମଦ ଭାଟିର ମ୍ୟାନେଜର ବଣ୍ଟି ସାହୁଙ୍କ ଘରେ ଆୟକର ବିଭାଗର ଚଢଉ। ୩୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍‌ ମଦ ଭାଟିର ମ୍ୟାନେଜର ବଣ୍ଟି ସାହୁଙ୍କ ଘରେ ପହଞ୍ଚି ଥିଲେ। ଏହି ଚଢ଼ଉରେ ୫ରୁ ଅଧିକ ବ୍ୟାଗରେ ୩୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିବା ବେଳେ ଏସବୁକୁ ବଲାଙ୍ଗୀର ଏସବିସାଇ ମୁଖ୍ୟ ଶାଖାକୁ ନିଆଯିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମଦ ବେପାରୀଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଫେରାର ଅଛନ୍ତି।

ଓଡ଼ିଶାରେ ଆୟକର ବିଭାଗ ଗତ ୩ ଦିନ ହେଲା ରେଡ୍ କରୁଛି। ମଦ ବ୍ୟବସାୟୀଙ୍କ ଉପରେ ଘର ଓ ଭାଟିରେ ହୋଇଥିବା ଚଢ଼ଉରେ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ତଥାପି ଟଙ୍କା ଗଣା ସରିନି। ଜବତ ଟଙ୍କାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଝାଡ଼ଖଣ୍ଡର ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡରୁ କୋଟି କୋଟିର ନଗଦ ଅର୍ଥ ମିଳିଥିବାର ଖବରକୁ ସେୟାର କରି ମୋଦି ଲେଖିଛନ୍ତି ଜନତାଙ୍କ ଠାରୁ ଯାହା ଲୁଟିଛ, ତାକୁ କଡ଼ା ଗଣ୍ଡା କରି ଫେରାଇବାକୁ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି। ଏଥିସହ କଂଗ୍ରେସକୁ ପରୋକ୍ଷ ନିଶାନା କରି ଦେଶବ୍ୟାସୀ ଏ ଟଙ୍କାର ପାହାଡ଼କୁ ଦେଖନ୍ତୁ ଓ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ ବୋଲି ମୋଦି କଟାକ୍ଷ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button