ମୋଦୀ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ସ୍ଥାନ ପାଇଛନ୍ତି। ଆମେରିକାର କନସଲଟାନ୍ସି ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ର ଏକ ସର୍ଭେରୁ ଏହା ଜଣାପଡିଛି ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆପ୍ରୁଭାଲ୍ ରେଟିଂ ତାଲିକାର ଦ୍ଵିତୀୟ ସ୍ଥାନରେ ଥିବା ନେତାଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି।

ଖବର ଅନୁଯାୟୀ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତା ଉପରେ ତଥ୍ୟ ସଂଗ୍ରହ କରାଯାଇଛି। ୨୦୨୩ ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଏହି ବିଶ୍ୱ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସର୍ବନିମ୍ନ ୧୮ ପ୍ରତିଶତ ଡିସଆପ୍ରୁଭାଲ (ନାପସନ୍ଦ) ରେଟିଂ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଛକୁ ରହିଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ (୬୬%), ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ (୫୮%) ଓ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା (୪୯%) ରହିଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦% ଅନୁମୋଦନ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି। ଏହା ହେଉଛି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ। ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button