ସ୍ମାର୍ଟଫୋନ୍‌ : ନୂତନ ଆପ୍ ଡାଉନଲୋଡ୍ କଲେ ବିପଦ

ମୁମ୍ବାଇ : ନୂଆ ସ୍ମାର୍ଟଫୋନ୍ କିଣିଲେ ସତର୍କ ରହିବା ଉଚିତ୍। କାରଣ ନୂତନ ଲଞ୍ଚ ହୋଇଥିବା ଆଣ୍ଡ୍ରଏଡ୍ ୧୪ ସ୍ମାର୍ଟଫୋନ୍ ସହିତ ଅନ୍ୟ ସଂସ୍କରଣ ପାଇଁ ସରକାର ଆଲର୍ଟ ଜାରି କରିଛନ୍ତି। ସରକାରୀ ଏଜେନ୍ସି ସିଇଆର୍‌ଟି-ଇନ୍‌ର ଆଲର୍ଟ ପୂର୍ବରୁ ଗୁଗୁଲ୍ ବ୍ୟବହାରକାରୀଙ୍କୁ ସତର୍କ କରାଇଥିଲା। ଫୋନ୍‌ କିଣିବା ମାତ୍ରକେ ଯଦି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଆପ୍ ଅପଡେଟ୍ କରନ୍ତି କିମ୍ବା ନୂତନ ଆପ୍ ଡାଉନଲୋଡ୍ କରନ୍ତି ତେବେ ବିପଦରେ ପଡ଼ିପାରନ୍ତି।

ଖବର ଅନୁଯାୟୀ ସରକାର କହିଛନ୍ତି ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ ମିଳିଛି। ଯାହା ହ୍ୟାକର୍ସଙ୍କ ପାଇଁ ଉପକରଣକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ। ସେମାନେ ସହଜରେ ଉପଭୋକ୍ତାଙ୍କର ସମ୍ବେଦନଶୀଳ ତଥ୍ୟ ଚୋରି କରିପାରିବେ। ଏପରି ପରିସ୍ଥିତିରେ ଅନଲାଇନ୍ ପେମେଣ୍ଟ ଭାରୀ ପଡ଼ିପାରେ। ବର୍ତ୍ତମାନ ଆଣ୍ଡ୍ରଏଡ୍ ୧୧, ଆଣ୍ଡ୍ରଏଡ୍ ୧୨, ଆଣ୍ଡ୍ରଏଡ୍ ୧୩ ଓ ଆଣ୍ଡ୍ରଏଡ୍ ୧୪ର ଅପରେଟିଂ ସିଷ୍ଟମ୍ ବ୍ୟବହାର କରିଛନ୍ତି ତେବେ ଆପଣଙ୍କର ସ୍ମାର୍ଟଫୋନକୁ କ୍ଷତି ହେଇପାରେ।

ଏହାକୁ ଏଡାଇବା ପାଇଁ ଉପଭୋକ୍ତାମାନେ ତୁରନ୍ତ ଫୋନର ସିକ୍ୟୁରିଟିକୁ ଅପଡେଟ୍ କରିବା ଉଚିତ୍। ଗୁଗୁଲ୍ ଦ୍ୱାରା ଏକ ନୂତନ ସୁରକ୍ଷା ପ୍ୟାଚ୍ ପ୍ରକାଶ ପାଇଛି ଯାହା ବ୍ୟବହାରକାରୀଙ୍କ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ହ୍ୟାକିଂର ସମ୍ଭାବ୍ୟ ବିପଦରୁ ରକ୍ଷା କରିବ। ଏଥିସହ କୌଣସି ତୃତୀୟ ପକ୍ଷ ଆପ୍ ମାଧ୍ୟମରେ ଫୋନ୍ ଅପଡେଟ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ। କୌଣସି ଅଜ୍ଞାତ ଲିଙ୍କରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *

Back to top button