ବିଜେପିକୁ ଭୋଟ ଦେବାରୁ ମହିଳାଙ୍କୁ ପିଟିଲେ ଭିଣୋଇ

ନୂଆଦିଲ୍ଲୀ : ବିଜେପିକୁ ଭୋଟ ଦେଇଥିବାରୁ ମୁସଲିମ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଭିଣୋଇ। ଘଟଣାଟି ମଧ୍ୟପ୍ରଦେଶର ଶେହୋରେ ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇଥିଲା। ରାଜ୍ୟରେ ପୁଣି ସରକାର ଗଠନ କରିବାକୁ ବିଜେପିକୁ ମିଳିଥିଲା ଜନମତ। କିନ୍ତୁ ଏହାର ପରଦିନ ଅର୍ଥାତ ଡିସେମ୍ବର ୪ ତାରିଖରେ ମହିଳାକ ଭିଣୋଇ ଓ ସ୍ୱାମୀ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏ ସମ୍ପର୍କରେ ସମିନା କହିଛନ୍ତି ମୋ ପରିବାର ଓ ମୁଁ ବିଜେପିର ବିଜୟ ପାଇଁ ବେଶ ଉତ୍ସାହିତ ଥିଲୁ। କିନ୍ତୁ ମୁଁ କଂଗ୍ରେସ ବଦଳରେ ବିଜେପିକୁ ଭୋଟ ଦେଇଥିବାରୁ ମୋ ଭିଣୋଇ ଜାଭେଦ ରାଗିଯାଇଥିଲେ। କାରଣ ଜାଭେଦ ଜଣେ ଦୃଢ଼ କଂଗ୍ରେସ ସମର୍ଥକ। ସେ ବିଜେପିକୁ ବିରୋଧ କରନ୍ତି। ତେଣୁ ପ୍ରଥମେ ମୋତେ ଅଭଦ୍ର ଟିପ୍ପଣୀ କରିବା ପରେ କାଠ ‍ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମୋ ସ୍ୱାମୀ ତାଙ୍କୁ ଅଟକାଇ ନଥିଲେ।

ବାରଖେଦା ହାସାନ ଗାଁ’ର ସମିନା ଶୁକ୍ରବାର ଏନେଇ ଜିଲ୍ଲାପାଳ ଓ ଅହମେଦପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନ୍ୟାଶନାଲ ପସମନ୍ଦା ମୁସଲିମ ଫେଡରେସନର ରାଜ୍ୟ ସଭାପତି ନୌଶଦ ଖାନ ଦୃଢ଼ ଭାବେ ବିରୋଧ କରିଛନ୍ତି। ଏଥିସହ ସେ ପୀଡ଼ିତା ଓ ତାଙ୍କ ବାପାଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button