Fri. Dec 6th, 2019

ମହିଳାଙ୍କ ସହାୟତା ପାଇଁ କମିଶନରେଟ୍‌ ପୁଲିସ୍‌ ଜାରି କଲା ଗାଇଡ୍‌ଲାଇନ୍‌

ଭୁବନେଶ୍ଵର : ତେଲେଙ୍ଗାନା ଭେଟେରିନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରାଯିବା ଘଟଣା ପରେ ମହିଳାଙ୍କ ଜୀବନ ପ୍ରତି ବିପଦ ବାଢୁଛି। ଏହାକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଆଡଭାଇଜରି ଜାରି କରିଛି। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍‌ କରିବାକୁ କୁହାଯାଇଛି। ପିସିଆର ଭ୍ୟାନ ନପହଞ୍ଚିବା ଯାଏଁ ଜନଗହଳି ଓ ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍‌ରେ ରହିବାକୁ ଦିଆଯାଇଛି ପରାମର୍ଶ। ତା’ସହିତ ‘ସହାୟତା’ ମୋବାଇଲ୍‌ ଆପ୍ ଜରିଆରେ ଏସ୍ଓଏସ୍ ମେସେଜ ଦେଲେ, ବିପଦରେ ପଡ଼ିଥିଲା ମହିଳାଙ୍କ ନିକଟରେ ପୋଲିସ୍ ତୁରନ୍ତ ପହଞ୍ଚି ପାରିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Leave a Reply

Your email address will not be published. Required fields are marked *