Fri. Dec 6th, 2019

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର: ପିଆଜ ଦର ବୃଦ୍ଧି ନେଇ ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ଆଜି ଅଭିନବ ପ୍ରତିବାଦ କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୪୦ ଟଙ୍କାରେ ପିଆଜ ବିକ୍ରି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଥିବା ବେଳେ ଦେଶରେ ପ୍ରତିଶ୍ରୁତି ଓ ପ୍ରଚାରର ସରକାର ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *