Thu. Jun 27th, 2019
95 views

ମଦ ନପିଇବାରୁ ଯବାନଙ୍କୁ ମାଡ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ସେନା ବାହିନୀରେ କାର୍ଯ୍ୟ କରୁଥିବା ଜଣେ ଯବାନ ତାଙ୍କ ମେଜର ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଯବାନ ଜଣଙ୍କ ମଦ ପିଇବାକୁ ମନା କରିବାରୁ ମେଜର ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ସଂଘଭୀ ପୋଲିସ୍‌ ମେଜର ଓ ତାଙ୍କ ସହଯୋଗୀମାନଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଗଣ୍ଡଗୋଳ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ୍‌ ଜାରି କରିଥିବା ରିଲିଜ୍‌ ଅନୁଯାୟୀ, ପୁଣେରେ ଥିବା ଅଉନ୍ଧା ମିଲିଟାରୀ ଷ୍ଟେସନ୍‌ର ବାରାକ ମଧ୍ୟରେ ଜୁନ୍‌ ୩ ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିଲା । ପ୍ରଥମେ ମେଜର ଓ ତାଙ୍କର ୩ ଜଣ ସହଯୋଗୀ ବାରାକ ମଧ୍ୟରେ ମଦ ପିଇଥିଲେ । ଏହାପରେ ସେମାନେ ଯବାନ ଜଣଙ୍କୁ ମଦ ପିଇବାକୁ ଡାକିଥିଲେ। ହେଲେ ସେ ରୋକଠୋକ ମନା କରିଦେଇଥିଲେ। ଏଥିରେ ରାଗି ଯାଇ ମେଜର ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ମାଡ଼ ଖାଇବା ପରେ ଯବାନ ଜଣଙ୍କ ଅଚେତ ହୋଇଯାଇଥିଲେ । ଚେତା ଫେରିଲା ବେଳକୁ ସେ ହସ୍ପିଟାଲ୍‌ରେ ରହିଥିଲେ। ପୁଲିସ୍‌ ଆର୍ମି ସହ ଯୋଗାଯୋଗ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *