ନୀଳଗିରି : ନିର୍ମାଣଧୀନ ପୋଲ ଭୁଷୁଡିଲା

ବାଲେଶ୍ଵର : ନୀଳଗିରିର ଅସ୍ତିଆ ଗାଁ ନିକଟରେ ନିର୍ମାଣଧୀନ ପୋଲ ଭୁଷୁଡି ପଡିଛି। ଗତକାଲି ପିଲର ଢଳେଇ ପଡିଥିଲା। କିନ୍ତୁ ଆଜି ଭୁଷୁଡି ପଡିବାରୁ ନିମ୍ନ ମାନର କାମ ନେଇ ଅଭିଯୋଗ ଉଠିଛି।

ଖବର ଅନୁଯାୟୀ ନୀଳଗିରି ସନ୍ତରାଗଡ଼ିଆ ଅସ୍ତିଆ ଗାଁକୁ ସଂଯୋଗ କରୁଥିବା ରାସ୍ତାର ସାଳନ୍ଦୀ କେନାଲ ଉପରେ ପୋଲ ନିର୍ମାଣ କରାଯାଉଛି। ଦୁଇମାସ ହେବ ଆରମ୍ଭ ହୋଇଥିବା ପୋଲର ୫ଟି ପିଲର କାମ ସରିଥିଲା। ଶନିବାର ଗତକାଲି ୬ନମ୍ବର ପିଲରର କାମ ହୋଇଥିଲା। ହେଲେ ପିଲରଟି ୨୪ ଘଣ୍ଟା ନପୂରଣୁରୁ ରବିବାର ସକାଳେ ଭୁଶୁଡ଼ି ପଡ଼ିଛି। ନିମ୍ନ ମାନର କାମ ଯୋଗୁ ପୋଲ ଭୁଶୁଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କୁହାଯାଉଛି ରାତି ଅଧିଆ କାମ ହେଉଛି। ପ୍ରଶାସନିକ ଅଧିକାରୀ ଏହାର ତଦନ୍ତ କରିବା ଆବଶ୍ୟକ। ନଚେତ ନିମ୍ନ ମାନର କାମ ହେଉଥିବାରୁ ଏହା ଲୋକଙ୍କ କାମରେ ଲାଗି ପାରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button