ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ ଜଳିଗଲେ

ନୂଆଦିଲ୍ଲୀ : କାର-ଟ୍ରକ ଧକ୍କାରେ ବର ଓ ବଧୂଙ୍କ ସମେତ ୫ଜଣ ଜଳିଗଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ ଶନିବାର ରାତିରେ ବଲୌଦାର ଶୁଭମ ସୋନି ଓ ଶିବରିନାରାୟଣରେ ରହୁଥିବା ନେହାଙ୍କର ବିବାହ ହୋଇଥିଲା। ରବିବାର ସକାଳେ ଶୁଭମ ନବବଧୂଙ୍କୁ ସାଙ୍ଗରେ ଧରି ଘରକୁ ଫେରୁଥି‌ଲେ। ଗାଡ଼ିରେ ବର-କନ୍ୟାଙ୍କ ସମେତ ଅନ୍ୟ ତିନିଜଣ ଥିଲେ। କାରଟି ରାମଗଢ଼ରୁ ଅକଲତରା ଅଭିମୁଖେ ଯାଉଥିବା ବେଳେ ମୁଲମୁଲା ଥାନା ପକରିଆ ଜଙ୍ଗଲ ନିକଟରେ ଟ୍ରକ ସହିତ ଧକ୍କା ହୋଇଥିଲା। କାରରେ ବସିଥିବା ସମସ୍ତ ଯାତ୍ରୀ ଜଳି ଯାଇଥିଲେ।

ସ୍ଥାନୀୟ ଲୋକ ଦୁର୍ଘଟଣାର ସୂଚନା ୧୧୨କୁ କଲ କରି ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଲୋକଙ୍କ ସାହାଯ୍ୟରେ କାର ଭିତ‌ରେ ଫସିଥିବା ‌ଲୋକଙ୍କୁ ବାହାର କରି ରାମଗଡ଼ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସମସ୍ତଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ପରିବାରଲୋକଙ୍କୁ ଖବର ଦେଇଥିଲା। ଦୁର୍ଘଟଣାର ଖବର ପାଇ ବର ଓ ବଧୂ ଉଭୟଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *

Back to top button