Fri. Dec 6th, 2019

ଦିଲ୍ଲୀରେ ‘ଭାରତ ବଞ୍ଚାଅ’ ସମାବେଶ,ରେ ଓଡ଼ିଶାରୁ ଯିବେ ହଜାରେ କଂଗ୍ରେସ କର୍ମୀ

ଭୁବନେଶ୍ୱର : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ବିରୋଧରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୧୪ତାରିଖରେ ଦିଲ୍ଲୀରେ ହେବ ‘ଭାରତ ବଞ୍ଚାଅ’ ସମାବେଶ। ଓଡ଼ିଶାରୁ ପ୍ରାୟ୧ହଜାର କଂଗ୍ରେସ କର୍ମୀ ଓ ନେତା ଏହି ସମବଶରେ ଯୋଗ ଦେବେ। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି। ସମାବେଶରେ ସାମିଲ ହେବାକୁ ଚାହୁଁଥିବା କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ନିଜ ଖର୍ଚ୍ଚରେ ଦିଲ୍ଲୀ ଯିବେ। ସେଥିପାଇଁ ଭୋଟର ପରିଚୟ ପତ୍ର କିମ୍ବା ଆଧାର କାର୍ଡର ଜେରକ୍ସ କପି ସହ ଏକ ହଜାର ଟଙ୍କା କଂଗ୍ରେସ ଭବନରେ ଜମା କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *