ଆୟକର ବିଭାଗ ରେଡ୍ : ଜବତ ଟଙ୍କାର ପରିମାଣ ୩୦୫ କୋଟି

ବଲାଙ୍ଗିର : ସୁଦପଡ଼ା ମଦଭାଟିରେ ଆୟକର ବିଭାଗ ରେଡ୍ କରି ୧୭୬ଟି ବଡ଼ ଟଙ୍କା ବ୍ୟାଗ ଜବତ କରିଥିଲା। ଏହି ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଥିବା ବେଳେ ୨ଟି ମେସିନ ଖରାପ ହୋଇଛି। ଗଣତିରେ ୫୦ ଜଣ ବ୍ୟାଙ୍କ କର୍ମଚାରୀ, ୨୫ଟି ମେସିନ ଓ ୩ଟି ଟଙ୍କା ବାଇଣ୍ଡଂ ମେସିନ ଲାଗିଥିଲା। ଆଜି ସନ୍ଧ୍ୟାରେ ଗଣତି ସରିବା ପରେ ଜଣାପଡିଛି ଜବତ ଟଙ୍କାର ପରିମାଣ ୩୦୫ କୋଟି।

ଖବର ଅନୁଯାୟୀ ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ୧୬୫ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିଲା। ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟିରେ ଓ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସରୁ ୩୭ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରୁ ଜବତ ଟଙ୍କାର ପରିମାଣ ଏବେ ତିନିଶହ କୋଟି ଟପିଛି। ଏହି ଟଙ୍କାର ଉତ୍ସକୁ ନେଇ ଆୟକର ବିଭାଗ ଟିମ୍ ଖୋଳତାଡ଼ ଜାରି ରଖିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରାକରି ତଥ୍ୟ ଆଦାୟ କରୁଛି।

Leave a Reply

Your email address will not be published. Required fields are marked *

Back to top button