Fri. Dec 6th, 2019

ଅଭିନେତ୍ରୀ ଆଶ୍ରିତାଙ୍କୁ ବାହାହେଲେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ

ମୁମ୍ବାଇ : କ୍ରିକେଟର ମନିଷ ପାଣ୍ଡେ ଓ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋମବାର ହୋଇଥିବା ଏହି ବିବାହର ଫୋଟୋ ସାମନାକୁ ଆସିଛି। ଏହି ଅବସରରେ ଆଶ୍ରିତା ଦକ୍ଷିଣ ଭାରତୀୟ ଅନ୍ଦାଜରେ ମେରୁନ୍ ଓ ଗୋଲଡେନ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏହା ତାଙ୍କୁ ବେଶ ମନୁଥିଲା। ସେହିପରି ମନୀଷ ପାଣ୍ଡେ ପିନ୍ଧିଥିଲେ କ୍ରିମ୍ କଲରର ଶେରୱାନୀ। ଦୁହେଁ ଖୁବ୍ ସୁନ୍ଦର ଲାଗୁଥିଲେ। ବିବାହ ଅବସରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ‘ବଦ୍ରି କି ଦୁଲହନିଆ’ ଗୀତରେ ଡ୍ୟାନ୍ସ କରିବାର ଦେଖାଯାଇଥିଲା। ୨୬ବର୍ଷ ବୟସ୍କା ଆଶ୍ରିତା ଦକ୍ଷିଣ ଭାରତର ଇନ୍ଦ୍ରଜିତ, ଓରୁ କନ୍ନିୟୁମ୍, ଉଡ୍ଡୟମ୍ ଓ ଏନଏଚ୍ ୪ ଭଳି ବଡ ଫିଲ୍ମରେ କାମ କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *