Fri. Dec 6th, 2019

ଝିଅଙ୍କୁ ମାରି କୋଠାରୁ ଡେଇଁ ଆତ୍ମହତ୍ୟା କଲେ ଦୁଇ ପତ୍ନୀ ଓ ଯୁବକ

ନୂଆଦିଲ୍ଲୀ : ଗାଜିଆବାଦ ଅଞ୍ଚଳର ଇନ୍ଦିରାପୁରମ ଅଞ୍ଚଳରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଡେଇଁ ତିନିଜଣ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ଦୁଇଜଣ ମହିଳା। ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାମ ଗୁଲସନ୍‌, ପରବୀନ ଓ ସଞ୍ଜନା। ଏ ତିନିଜଣ ବୈଭବଖଣ୍ଡ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଦୁଇ ୨ ଝିଅ ରିତିକ ଓ ରିତିକାକୁ ଗଳା ଚିପି ହତ୍ୟା କରାଯାଇଛି। ଘରେ ଥିବା ପୋଷା ଠେକୁଆକୁ ବି ମାରି ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଆର୍ଥିକ ଓ ପାରିବାରିକ କଳହର ପରିଣତି ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *