ଏସିଡ ମାଡ଼ରେ ବାପପୁଅ ଗୁରୁତର : ଅଭିଯୁକ୍ତ ଅଟକ

ପୁରୀ : କୃଷ୍ଣପ୍ରସାଦ ବ୍ଳକ୍ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏସିଡ ମାଡ଼। ଏହି ଆକ୍ରମଣରେ ବାପପୁଅ ଗୁରୁତର ହୋଇଥିବାରୁ ସେମାନଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ଵର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଜମିବାଡ଼ିକୁ କେନ୍ଦ୍ରକରି ଉଆସପଦର ଗାଁ’ର ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ରହିଥିଲା। ଆଜି ସକାଳେ ଘରର ବାରିପଟ ଜମିରେ କାମ କରୁଥିବା ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇଙ୍କୁ ସନ୍ତୋଷ ମହାରଣା ନାମକ ଯୁବକ ଏସିଡ ମାଡ଼ କରିଥିଲେ। ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ତୋଷ ମହାରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button