ପାରାଦୀପରୁ ଧରା ପଡ଼ିଲା ୨୫ ଲକ୍ଷ ଟଙ୍କାର ମାଛ

ପାରାଦୀପ ; ପାରାଦୀପ ସମୁଦ୍ରରୁ ୩ କ୍ଵିଣ୍ଟାଲରୁ ଅଧିକ ଓଜନ ତେଲିଆ ବୋରେଇ ଧରା ହୋଇଛି। ଏହି ବିରଳ ୧୭ଟି ମାଛକୁ ୨୫ ଲକ୍ଷରେ ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ତେଲିଆ ବୋରେଇ ମାଛର ପୁଟି ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ। ସେଥିପାଇଁ ଦେଶବିଦେଶରେ ଏହାର ଚାହିଦା ରହିଛି। ହେଲେ ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ପଡୁଛନ୍ତି। ଗଭୀର ସମୁଦ୍ରରୁ ଏହି ମାଛ ମିଳୁଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ପାରାଦୀପରେ ଧରାପଡିଥିବା ତେଲିଆ ମାଛକୁ ସ୍ଥାନୀୟ ଜଣେ ବ୍ୟବସାୟୀ କିଣିଛନ୍ତି। ଦୀଘା ମାର୍କେଟରେ ଏହାକୁ ବିକ୍ରି କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button