ପେଟ୍ରୋଲ ଓ ଡିଜେଲ ଦାମ କମିବ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମିବ। ଅଶୋଧିତ ତୈଳ ଦର କମିଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦର ହ୍ରାସ କରିବାକୁ ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଜାତୀୟ ଗଣମାଧ୍ୟମରେ କୁହାଯାଇଛି ପେଟ୍ରୋଲ ଓ ଡିଜେଲ ଦାମ କମିବ। ତୈଳ ମାର୍କେଟିଂ କମିଟି (ଓଏମସି) ତୈଳ ଉପରୁ ଅଧିକରୁ ଅଧିକ ଲାଭ ପାଇଥିବାରୁ ଏଥିରୁ କିଛି ଫାଇଦା ସରକାର ଲୋକଙ୍କୁ ଦେବାକୁ ଚାହୁଁଛନ୍ତି। ଅର୍ଥ ଓ ତୈଳ ମନ୍ତ୍ରଣାଳୟ ଏବେ ଓଏମସି ଗୁଡ଼ିକ ପାଉଥିବା ଲାଭ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।

ଓଏମସି ଗୁଡ଼ିକୁ ଏବେ ପେଟ୍ରୋଲ ଲିଟର ପିଛା ୮ରୁ ୧୦ ଟଙ୍କା ଲାଭ ମିଳୁଛି। ସେହିପରି ଗୋଟିଏ ଲିଟର ଡିଜେଲରୁ ସଂସ୍ଥାଗୁଡ଼ିକୁ ୩ରୁ ୪ ଟଙ୍କା ଫାଇଦା ପାଉଛନ୍ତି। କିନ୍ତୁ ୨୦୨୨ରେ ପେଟ୍ରୋଲ ଲିଟର ପିଛା ୧୭ ଟଙ୍କା ଓ ଡିଜେଲ ଲିଟର ପିଛା ୩୫ ଟଙ୍କା କ୍ଷତିସହି ଲୋକଙ୍କୁ ତୈଳ ଯୋଗାଇ ଦେଉଥିଲେ। ଏହି କ୍ଷତିର ପରିମାଣ ହ୍ରାସ ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button