ମକର ରାଶିରେ ଶନି-ବୃହସ୍ପତିଙ୍କ ମିଳନ : ଏହି ରାଶିରେ ଧନଲାଭ ଯୋଗ

ବର୍ତ୍ତମାନ ଶନି ଓ ବୃହସ୍ପତି ମକର ରାଶିରେ ରହିଛନ୍ତି। ଦେବଗୁରୁ ବୃହସ୍ପତି ଓ ଶନି ଗୋଟିଏ ଗ୍ରହରେ ଅବସ୍ଥାନ କରୁଥିବାରୁ କେତୋଟି ରାଶିର ବ୍ୟକ୍ତି ଲାଭବାନ ହେବେ। ଜ୍ୟୋତିଷଶାସ୍ତ୍ରରେ ଶନି ଗ୍ରହକୁ ପାପ ଗ୍ରହ ବୋଲି କୁହାଯାଏ। ଶନି ଅଶୁଭ ଫଳାଫଳ ଭଲ ହୋଇନଥାଏ। କିନ୍ତୁ ଶନି ଶୁଭ ଫଳ ମଧ୍ୟ ପ୍ରଦାନ କରିଥାନ୍ତି। ଶନି ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ। ଦରିଦ୍ରରୁ ହୋଇଯାଏ ରାଜା। ଦେବଗୁରୁ ବୃହସ୍ପତି ଜ୍ଞାନ, ଶିକ୍ଷା, ସନ୍ତାନ, ଧାର୍ମିକ କାର୍ଯ୍ୟ, ଦାନ, ଧର୍ମ, ଧନ, ପୁଣ୍ୟ ଓ ବୁଦ୍ଧିର କାରକ ଗ୍ରହ। ବୃହସ୍ପତି ୨୭ ନକ୍ଷତ୍ର ମଧ୍ୟରେ ପୁନର୍ବସୁ, ବିଶାଖା ଓ ପୂର୍ବା ଭାଦ୍ରବ ନକ୍ଷତ୍ରର ସ୍ୱାମୀ। ଗୁରୁ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ଶନି ଓ ବୃହସ୍ପତି ଗୋଟିଏ ରାଶିରେ ଅବସ୍ଥାନ କରୁଥିବାରୁ କେଉଁ ରାଶିର ବ୍ୟକ୍ତିମାନେ ଲାଭବାନ ହେବେ ଆସନ୍ତୁ ସେ ବିଷୟରେ ଜାଣିବା…।

ମେଷ – ଗୁରୁ ବୃହସ୍ପତି-ଶନି ମକର ରାଶିରେ ଅବସ୍ଥାନ କରିବା ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ହେବ। ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ ହେବ ସହିତ ଚାକିରୀ ଓ ବ୍ୟବସାୟରେ ଉନ୍ନତି ଘଟିବ। ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ଓ କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ।

ବୃଷ – ବୃଷ ରାଶି ପାଇଁ ବୃହସ୍ପତି-ଶନିଙ୍କ ମିଳନ ବରଦାନ ଭଳି। ମା’ ଲକ୍ଷ୍ମୀଙ୍କ ବିଶେଷ କୃପାରୁ ଧନ ଲାଭର ଯୋଗ ରହିଛି। ନିବେଶ ପାଇଁ ଉତ୍ତମ ସମୟ। ଚାକିରୀ ଓ ବ୍ୟବସାୟ ସଫଳତା ମିଳିବ।

କର୍କଟ – କର୍କଟ ରାଶିର ବ୍ୟତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନ ଲାଭ ସହିତ କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ମିଳିବ। ପଦ ପ୍ରତିଷ୍ଠା ବୃଦ୍ଧି ଓ ଚାକିରୀ ଏବଂ ବ୍ୟବସାୟରେ ଲାଭବାନ ହେବେ।

ମୀନ – ମୀନ ରାଶି ଉପରେ ରହିବ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା। କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କ ସହଯୋଗ ଓ ବୈବାହିକ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *

Back to top button