ପୁରୀ : ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନ୍‌କାଉଣ୍ଟର

ପୁରୀ : ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକକୁ ଏନ୍‌କାଉଣ୍ଟର। ଗୋଡ଼ରେ ଗୁଳି ବାଜିଥିବାରୁ ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ପୁରୀ ସିଟି ଡିଏସ୍‌ପି କହିଛନ୍ତି ସନ୍ତୁ ବାରିକ ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଲୁଚିଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୋଲିସ୍‌ ଟିମ୍ ଆଜି ସନ୍ଧ୍ୟାରେ ଚଢ଼ଉ କରିଥିଲା। ଏହି ସମୟରେ ସନ୍ତୁ ପୋଲିସ ଉପରକୁ ଗୁଳିକରି ଖସି ଯିବାକୁ ଉଦ୍ୟମ କରିଥିଲା। ପୋଲିସ ଏହାର ଜବାବ ଦେବାରୁ ଗୁଳି ସନ୍ତୁର ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button