ଏକ ଭାରତ ଶ୍ରେଷ୍ଠ ଭାରତ ମୋଦିଜୀଙ୍କ ବିଚାରଧାରାର ମୂଳଭାବ : ମନମୋହନ ସାମଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଜାମ୍ମୁ-କାଶ୍ମୀର ଗଠନ ପାଇଁ ପ୍ରତିଶ୍ରୁତି ବଦ୍ଧ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦର ସଂସଦର ନିଷ୍ପତ୍ତିକୁ ସଂପୂର୍ଣ୍ଣ ବୈଧ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ଦେଶର ମୁଖ୍ୟ ବିଚାରଧାରା ସହ ଯୋଡିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

ଜାମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ଧାରା ୩୭୦ ବର୍ତମାନ ଇତିହାସ ପାଲଟିଛି। ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତିକୁ ସଠିକ୍ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ କରିଛନ୍ତି। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ମୋଦିଜୀଙ୍କ ବିଚାରଧାରାର ମୂଳଭାବ। ଆଜିର ଏହି ଐତିହାସିକ ନିଷ୍ପତି କେବଳ ଓ ନ୍ୟାୟିକ ନିଷ୍ପତ୍ତି ନୁହେଁ। ଏହା ନିଶ୍ଚିତଭାବେ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି, ମଜଭୁତ ଏକଜୁଟ ଭାରତ ବର୍ଷର ନିର୍ମାଣର ସାମୁହିକ ସଂକଳ୍ପର ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button