ଆୟକର ବିଭାଗ ଚଢଉ : ଲକରରୁ ବାହାରିଲା ଇନ୍ସପେକ୍ଟରଙ୍କ ନାଁ’ରେ ୫ଲକ୍ଷ ଟଙ୍କାର ପ୍ୟାକେଟ

ଭୁବନେଶ୍ଵର : ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଓ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗର ଚଢ଼ଉ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାହୁ ଗ୍ରୁପର କମ୍ପାନିରେ ହୋଇଥିବା ଏହି ଚଢଉରେ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ଓବଲାଙ୍ଗୀରରେ ସୁଦାପଡ଼ା ମଦ କମ୍ପାନି କାର୍ଯ୍ୟାଳୟର ଏକ ଲୁହାର ଲକର କାଟି ଆୟକର ବିଭାଗ ଅଧିକାରୀମାନେ ବିପୁଳ ପରିମାଣରେ ଟଙ୍କା ଜବତ କରିଛନ୍ତି। ଏ ମଧ୍ୟରୁ ମିଳିଛି ୫ଲକ୍ଷ ଟଙ୍କା ଥିବା ଗୋଟିଏ ପ୍ୟାକେଟ। ଯାହା ଉପରେ ଲେଖାଥିଲା ଇକ୍ସପେକ୍ଟର ତିୱାରୀ। ଏହି ପ୍ୟାକେଟକୁ ଜବତ କରି ଆୟକର ବିଭାଗର ଅଧିକାରୀମାନେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ସନ୍ଦେହ କରାଯାଉଛି ଧୀରଜ ପ୍ରସାଦ ସାହୁ କଳାଧନ ବ୍ୟବସାୟରୁ ବଞ୍ଚିବା ପାଇଁ ବୋଧହୁଏ ଇନ୍ସପେକ୍ଟରଙ୍କୁ ପ୍ରତିମାସରେ ୫ଲକ୍ଷ ଟଙ୍କା ପ୍ରଦାନ କରିଥାଆନ୍ତି।

ସୂଚନାଯୋଗ୍ୟ ଧୀରଜ ସାହୁଙ୍କର ସମ୍ପୂର୍ଣ୍ଣ ନାମ ଧୀରଜ ପ୍ରସାଦ ସାହୁ। ୧୯୫୫ରେ ନଭେମ୍ବର ୨୩ରେ ରାୟ ସାହେବ ବାଲଦେବ ସାହୁ ଓ ସୁଶୀଲା ଦେବୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। କଂଗ୍ରେସ ଟିକେଟ୍‌ରେ ଧୀରଜ ହୋଇଥିଲେ ରାଜ୍ୟସଭା ସାଂସଦ। ଧୀରଜ ତାଙ୍କ ୱେବ୍‌ସାଇଟ୍‌ରେ ଦେଇଥିବା ବିବରଣୀ ଅନୁଯାୟୀ ସେ ଏକ ବ୍ୟବସାୟିକ ପରିବାରର ସଦସ୍ୟ ଅଟନ୍ତି।

Leave a Reply

Your email address will not be published. Required fields are marked *

Back to top button