ରାଜ୍ୟମାନଙ୍କୁ ଆରବିଆଇ ପରାମର୍ଶ : ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଚିନ୍ତା କରନାହିଁ

ନୂଆଦିଲ୍ଲୀ : ପୁରୁଣା ପେନସନ୍ ଯୋଜନାକୁ ଲାଗୁ କରିବାକୁ ଚିନ୍ତା କରନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟଗୁଡ଼ିକୁ ଏହି ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ ଆରବିଆଇ କହିଛି ପୁରୁଣା ପେନସନ୍ ଯୋଜନା ଲାଗୁକଲେ ଖର୍ଚ୍ଚ ବହୁ ମାତ୍ରାରେ ବଢ଼ିଯିବ। ଏହାକୁ ଆଉ ନିୟନ୍ତ୍ରଣ କରିହେବ ନାହିଁ। ଆରବିଆଇ ପକ୍ଷରୁ କୁହାଯାଇଛି ଜନସାଧାରଣଙ୍କୁ ଲୋଭ ଦେଖାଇ ଦିଆଯାଇଥିବା ପ୍ରତିଶ୍ରୁତି ଯୋଗୁଁ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିପାରେ। ଯଦି ସମସ୍ତ ରାଜ୍ୟ ଓପିଏସ୍ ଫେରାଇ ଆଣନ୍ତି ତା’ହେଲେ ସେମାନଙ୍କ ଉପରେ ଆର୍ଥିକ ଚାପ ପ୍ରାୟ ୪.୫ ଗୁଣ ବୃଦ୍ଧି ପାଇବ। ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ।

Leave a Reply

Your email address will not be published. Required fields are marked *

Back to top button