Thu. Jun 27th, 2019
76 views

ତୀର୍ଥଯାତ୍ରୀ ବସ୍ ଓଲଟି ୪ ମୃତ, ୩୫ରୁ ଅଧିକ ଆହତ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବିଦିଶା-ସାଗର ରୋଡ଼ରେ ଡିବିସି ବ୍ୟାଙ୍କ ପାଖରେ ମଙ୍ଗଳବାର ରାତିରେ ଏକ ତୀର୍ଥଯାତ୍ରୀ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ବସରେ ବସିଥିବା ୪ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୨ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ନେବା ପରେ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ୨ଜଣ ଯାତ୍ରୀ ବସରେ ଫସିରହିବା ସମୟରେ ମୃତ୍ୟୁ ହୋଇଯାଇଥିଲା । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅବସ୍ଥାରେ ଅଛନ୍ତି । ଏହି ତୀର୍ଥଯାତ୍ରୀ ବସ୍ ନାସିକରୁ ଚିତ୍ରକୂଟ ଯାଉଥିଲା। ବିଦିଶାରୁ ଅତିକ୍ରମ କରିବା ପରେ ମୁଆଁ ଖେଡ଼ି ପାଖରେ ଦୁର୍ଘଟଣା ହୋଇଥିଲା । ଘଟଣା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦୦୦ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *